୮୯ କୋଟି ଟଙ୍କା ବଡ଼ ସ୍କାମ ନେଇ ବଡମ୍ବା ଯୋଡୁମୁଁ ସୋସାଇଟିରେ ଭିଜିଲାନ୍ସ ର ବିଭାଗ ଚଢାଉ।
0 Comments । By Black Cat News । 31 July, 2022

ବଡମ୍ବା ଯୋଡୁମୁଁ ସୋସାଇଟି ରେ ଚାଷୀ ଋଣ ଜାଲିଆତି ଘଟଣା ରେ ଆଜି ଜଣେ DSP ଓ ୪ ଜଣ ଭିଜିଲାନ୍ସ ଟିମ ଦ୍ୱାରା ଯାଞ୍ଚ କରାଯାଇଛି। ପରେ ମାଣିଆବନ୍ଧ କୋପରେଟିଭ ବ୍ୟାଙ୍କ ଓ ସମ୍ପାଦକ ଙ୍କର ଘର ଯାଞ୍ଚ କରାଯାଇ ଥିବା ସୂଚନା ମିଳିଛି। ତେବେ ପୂର୍ବରୁ ଚାଷୀ ଋଣ ଜାଲିଆତି ଘଟଣାରେ ୭୪୨ ଜଣ ଚାଷୀଙ୍କ ନାମରେ ୮୯ କୋଟି ଟଙ୍କା ବଡ଼ ସ୍କାମ ନେଇ ଲୁକାଯୁକ୍ତ ରେ ଅଭିଯୋଗ ହୋଇଥିଲା ଅଭିଯୋଗ କୁ ଆଧାର କରି ଅଧିକ ତଦନ୍ତ କରିବା ପାଇଁ ଆଜି ଭିଜିଲାନ୍ସ ଟିମ୍ ଯୋଡୁମୁଁ ସୋସାଇଟି ରେ ପହଞ୍ଚି ସୋସାଇଟି କର୍ମଚାରୀ ଙ୍କୁ ପଚରା ଉଚରା କରିବା ସହ ବିଭିନ୍ନ କାଗଜ ପତ୍ର ଓ କମ୍ପ୍ୟୁଟର ହାଡଡିସ୍କ କୁ ଜବତ କରି ନେଇ ଥିବା ସୂଚନା ମିଳିଛି ।
Litun Baral's Report
BlackCatNews, Cuttack